Posts

Showing posts from April, 2021

ଜନ ସ୍ୱାସ୍ଥ୍ୟ ସେବା, ଯାହାକୁ ସମସ୍ତେ ଭୁଲିଯିବାକୁ ବସିଲେଣି

Image
  ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ କେତେ ଗୁରୁତ୍ଵପୂର୍ଣ୍ଣ , କୋଭିଡ – 19 ବା କରୋନା ମହାମାରୀ ତାହା ପ୍ରମାଣ କରୁଛି । ଅଧିକାଂଶ ରାଷ୍ଟ୍ରରେ ଏହା ଜୀବନରକ୍ଷକ ଭାବରେ ଆବିର୍ଭାବ ହୋଇଛି । କିନ୍ତୁ ଘରୋଇ ସ୍ୱାସ୍ଥ୍ୟସଂସ୍ଥା ସବୁ ନିଲ୍ଲଜ ଭାବେ ଏହି କରୋନା ଯୁଦ୍ଧରେ ନିଜକୁ ‘ ସରଂକ୍ଷିତ ସୈନ୍ୟବାହିନୀ ’ ଅଭିହିତ କରି ବୋଧହୁଏ ନିଜର ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଅଥଚ ସେହିମାନେ ହିଁ କ୍ୟାନସର , ହୃଦରୋଗ ଭଳି ଅଣ-ସଂକ୍ରାମକ ରୋଗୀଙ୍କୁ ଚିକିସ୍ଛା ନକରି ଫେରାଇ ଦେଇଛନ୍ତି । ସ୍ଵାଧୀନତା ପରଠାରୁ ବିଶେଷ କରି ପ୍ରଫେସର ପି ସି ମହାଲାନୋବିସଙ୍କ ନେତୃତ୍ଵରେ ପରିଚାଳିତ ଯୋଜନା କମିଶନ ଦ୍ଵାରା ସ୍ଥାପିତ ଜନ ସ୍ୱାସ୍ଥ୍ୟ ସେବା ଦେଶର ମାର୍ଗଦର୍ଶକ ନୀତି ଭାବେ 1980 ପର୍ଯ୍ୟନ୍ତ ଅନୁସୃତ ହୋଇଆସୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜନ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଆରମ୍ଭ ହେଲା । କ୍ରମେ କ୍ରମେ ରାଜନୈତିକ ବ୍ୟକ୍ତିଙ୍କ ପରୋକ୍ଷ ସମର୍ଥନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ଧନ ଉପାର୍ଜନର ମାଧ୍ୟମରେ ପରିଣତ ହେଲା । ଅନ୍ୟ ପକ୍ଷରେ , ଲୋକମାନଙ୍କୁ ଧାରଣା ଦିଆଗଲା ଯେ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ହିଁ ସବୁରୋଗର ଅବ୍ୟର୍ଥ ଔଷଦ । ଏଠାରେ ସ୍ମରଣ କରାଇଦେବା ପ୍ରାସଙ୍ଗିକ ହେବ ଯେ ଅଷ୍ଟ୍ରିଆନ ଅର୍ଥଶାସ୍ତ୍ରୀ ଓ ନୋବେଲ ପୁରସ୍କାର ବିଜେତା ଫ୍ରେଡରିକ   ହାୟେକ 1960ରେ ତାଙ୍କର ପୁସ୍ତକ ‘The ...