ଟାଟା ସାହିତ୍ୟ ମହୋସ୍ଛବ ଏବଂ ନୋମ ଚମସ୍କି ବିବାଦ
ନିହାର ରଞ୍ଜନ ମିଶ୍ର ବୃହତ କମ୍ପାନୀମାନଙ୍କ ଦ୍ଵାରା ପ୍ରଯୋଜିତ ଉସ୍ଛବକୁ ସୃଜନଶୀଳ ବର୍ଗ ନିମନ୍ତ୍ରିତ ହେବା ଓ ନିଜର କୃତ୍ତିକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ଲୋଭରେ ସେହିସବୁ ସ୍ଥାନକୁ ଯିବା କୌଣସି ନୂଆକଥା ନୁହେଁ । କିନ୍ତୁ ସେଭଳି ସ୍ଥାନରେ ନିଜର ବିଚାରକୁ ସ୍ଵାଧୀନ ଭାବରେ ରଖିବା ପୂର୍ବରୁ ଆୟୋଜକଙ୍କ ଦ୍ଵାରା ଅସ୍ଵୀକୃତ ହେବା ଭଳି ଏକ ବିରଳ ଘଟଣା ନୋମ ଚମସ୍କିଙ୍କ କ୍ଷେତ୍ରରେ ଘଟିଛି । ଏହା ଆମକୁ ଅନେକ କିଛି ଶିକ୍ଷା ଦେଉଛି । ପୂର୍ବ ବର୍ଷ ଭଳି ଟାଟା କମ୍ପାନୀର ସାହିତ୍ଯ ମହୋସ୍ଛବ – ୨୦୨୦ ମସିହାର ନିମନ୍ତ୍ରିତ ଅତିଥି ତାଲିକାରେ ନୋମ ଚମସ୍କିଙ୍କ ନାମ ଦେଖି ଦେଶର ଶିକ୍ଷାବିତ , ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କର୍ମୀ ତଥା ନାଗରିକ ସମାଜ ସଦସ୍ୟମାନେ ଏକ ଖୋଲାପତ୍ର ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ । ଆମେରିକାରେ ଶିକ୍ଷାଦାନ କରୁଥିବା ନୋମ ଚମସ୍କି ନିଜ ଦେଶ ଆମେରିକାର ଶାସକଙ୍କ ଯୁଦ୍ଧଖୋର ମନୋବୃତ୍ତି ଓ ସାମ୍ରାଜ୍ୟବାଦୀ କାର୍ଯ୍ୟଶୈଳୀର ଘୋର ବିରୋଧୀ । ଏହି ହେତୁ ସାମାଜିକ କର୍ମୀମାନେ ନୋମ ଚମସ୍କିଙ୍କୁ ଦେଇଥିବା ଚିଠିରେ ଅନୁରୋଧ କରିଥିଲେ “ଦେଶର ବିଭିନ୍ନ ପ୍ରାନ୍ତରେ ବାଧ୍ୟତାମୂଳକ ବିସ୍ଥାପନ , ମାନବିକ ଅଧିକାର ଉଲ୍ଲଂଘନ ଏବଂ ପରିବେଶର ଲୁଣ୍ଠନର ଦୀର୍ଘ ଇତିହାସ ଥିବା ଟାଟା ଗୋଷ୍ଠୀର ...