Posts

‘ହାଜତ ମୃତ୍ୟୁ’ କେବଳ ଏକ ହତ୍ୟା ନୁହେଁ

Image
  ଅପଡେଟ – ୨୧             ଏକ ଗଣତାନ୍ତ୍ରିକ ଶାସନରେ ହାଜତ ହତ୍ୟା ନିୟମିତ ଭାବରେ ଘଟିଚାଲିବା ଆମର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ହାଜତ ହିଂସା ସଭ୍ୟ ସମାଜରେ କଦାପି ଗ୍ରହଣ ଯୋଗ୍ୟ ନୁହେଁ । ଅଥଚ ଏନେଇ ଆମର  ଶିକ୍ଷିତ ଓ ସଭ୍ଯ ସମାଜ ଆଦୌ ଚିନ୍ତିତ ନୁହଁନ୍ତି  । ରାଜ୍ୟରେ ହାଜତ ମୃତ୍ୟୁର ଅଭିଯୋଗ ବଢୁଥିଲା ବେଳେ ନିର୍ବାଚିତ ପ୍ରତିନିଧିମାନେ ଉଦାସୀନ ରହୁଛନ୍ତି । ଏପରି ଅବସ୍ଥା କାହିଁକି ?   ୧. ତଥ୍ୟ ଅନୁସନ୍ଧାନ: ବରଗଡ ସହରରେ ବିଭିନ୍ନ ଦଳିତ ଓ ଗଣତାନ୍ତ୍ରିକ ଜନ ସଂଗଠନ ଦ୍ଵାରା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ପ୍ରତିବାଦରେ ଗଣଧାରଣା ଗଲା ୨୨ ସେପ୍ଟେମ୍ବର ୨୦୨୧ ପରଠାରୁ ନିୟମିତ ବ୍ଯବଧାନରେ ହୋଇଚାଲିଛି । ଗୋବିନ୍ଦ କୁମ୍ଭାର ନିଜେ ଦଳିତ ପରିବାରର ଥିଲେ । ପୁଲିସ ଦ୍ଵାରା ଏଭଳି ହତ୍ୟାକୁ ଅସ୍ଵୀକାର କରାଯିବା ହେତୁ ଜିଲ୍ଲାର ସଂଗଠନମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି । ଦୁଃଖର କଥା , ଗୃହ ରାଷ୍ଟ୍ରମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ଜିଲ୍ଲାର କୌଣସି ବିଧାୟକ , ରାଜନୈତିକ ଦଳମଧ୍ୟରେ ଥିବା ଦଳିତ ନେତୃବର୍ଗ ଗୋବିନ୍ଦଙ୍କ ହତ୍ୟାର ଉପଯୁକ୍ତ ତଦନ୍ତକୁ ତ୍ୱରାନ୍ୱିତ କରୁନାହାନ୍ତି।  ନିକଟରେ , କେତେକ ମାନବିକ ଅଧିକାର କର୍ମୀ ତଥ୍ୟ ଅନୁସନ୍ଧାନରେ ବରଗଡ ଯାଇ ମୃତ ଗୋବିନ୍ଦଙ୍କ ପରିବାର...

“ଐକ୍ୟବଦ୍ଧ ହେବା ଏକ ବିପ୍ଳବୀ ପ୍ରବଣତା” - ରବି ଦାସ

Image
  ସାକ୍ଷାତକାର: ୧ . ଆପଣ କେତେ ବର୍ଷ ବୟସରେ ବାମବାଦୀ ଆନ୍ଦୋଳନରେ ଯୋଗ ଦେଲେ ? ରବି ଦାସ: ମୋତେ ଏବେ ୮୧ କି ୮୩ ବର୍ଷ ହେବ । ମୋ ସ୍କୁଲବାଲା କହୁଛନ୍ତି ମୋର ଜନ୍ମ ୧୯୪୦ ମସିହାରେ । କିନ୍ତୁ ବେଙ୍ଗଲରେ ଯେବେ ଦୁର୍ଭିକ୍ଷ (୧୯୪୨ -୪୩ ) ପଡିଥିଲା ସେତେବେଳେ ମୁଁ ୫ /୬ ବର୍ଷର ହୋଇଥିଲି । ତେଣୁ ମୋର ଜନ୍ମ ୧୯୪୦ ନହୋଇ ୧୯୩୭/୩୮ ହେବ । ମୋର ଜେଜେ ବାପାଙ୍କ ସହିତ କେନାଲ ପାଖକୁ ଯାଇ ଆମ ଅଞ୍ଚଳରୁ ଧାନ ପଠାଯିବା ଦେଖିଛି । ମୋର ଏବେ ବି ସ୍ପଷ୍ଟ ମନେଅଛି । ସେତେବେଳେ ଆମ ଅଞ୍ଚଳରୁ ଜବରଦସ୍ତି ଜମିଦାରମାନେ ଗୁଣ୍ଡା ଲଗେଇ ଧାନ କୁଜଙ୍ଗ କେନାଲ ଦେଇ କଲିକତା ପଠାଉଥିଲେ । ଯିଏ ପ୍ରତିବାଦ କରୁଥିଲା ସେ ଭିଷଣ ମାଡ ଖାଉଥିଲା । ସେମାନେ ଧାନ ବଦଳରେ ଯେଉଁ ବଣ୍ଡ ଦେଲେ ତାହା ବାବଦ ଅର୍ଥ କେବେ ଲୋକଙ୍କୁ ମିଳିଲା ନାହିଁ। ଯେତେବେଳେ ମୁଁ ସିପିଆଇରେ   (ଭାରତୀୟ କମ୍ୟୁନିଷ୍ଟ ପାର୍ଟି) ୧୯୬୦ ମସିହାରେ   ଯୋଗ ଦେଲି । ସେତେବେଳେ ତେଣୁ ମୋର ବୟସ ୨୩/୨୪ ବର୍ଷ ହେବ । ୨. ସିପିଆଇ ପାର୍ଟିରୁ ସିପିଆଇ(ଏମଏଲ ) ପର୍ଯ୍ୟନ୍ତ ଏହା ଆପଣଙ୍କ ଏକ ଲମ୍ବା ଯାତ୍ରା ନୁହେଁ କି ? ରବି ଦାସ: ମୁଁ ସିପିଆଇ ପାର୍ଟିରେ ୧୯୬୦ ମସିହାରେ ଆସିଲା ବେଳେ ନବଯୁଗ ଗ୍ରନ୍ଥାଳୟ ଦାୟିତ୍ଵରେ ଥିଲି। ନିର୍ବାଚନ ପ୍ରସଙ୍ଗରେ ସିପିଆଇ ପାର୍ଟିର ରାଜ୍ୟ ନେତୃବର୍ଗ କଂଗ୍ରେସ ପାର୍ଟିର...

ଓଡିଶା ଉପକୂଳରେ ବାତ୍ୟାର ବାରମ୍ବାରତା, ଏହାର କାରଣ*

Image
  ନାଗରାଜ ଆଡଭେ             ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଓଡିଶା କାର୍ଯ୍ୟ ଯୋଜନାର ( SAPCC) ତଥ୍ୟ ଅନୁଯାୟୀ ବଙ୍ଗୋପସାଗର ତଟବର୍ତ୍ତୀ ରାଜ୍ୟ ଗୁଡିକରେ ବର୍ଷକୁ ହାରାହାରି 5 ଥର ବାତ୍ୟା ହୋଇଥାଏ । କିନ୍ତୁ ଭାରତର ପଶ୍ଚିମ ଉପକୂଳରେ ପୂର୍ବ ଉପକୂଳ ଅପେକ୍ଷା କମ ସଂଖ୍ଯାରେ ବାତ୍ୟା ହୋଇଥାଏ । ପୁଣି ଏହି ତଥ୍ୟ ଅନୁସାରେ ପୂର୍ବ ଉପକୂଳରେ “ବାତ୍ୟାର ସଂଖ୍ୟା ଓ ତାହାର ତୀବ୍ରତା ବଢିବାର ସମ୍ଭାବନା ରହିଛି । “             ବାତ୍ୟା ସମ୍ବନ୍ଧରେ ଭାବିଲା ବେଳେ ଏ ସମ୍ପର୍କିତ ଦୁଇଟି ପ୍ରଶ୍ନ ଯଥା ଏହାର ସଂଖ୍ୟା ଅର୍ଥାତ ବର୍ଷକୁ କେତେଥର ହୋଇଥାଏ ଓ ଏହାର ତୀବ୍ରତା ଅର୍ଥାତ ଏହା କେତେ ଭୟଙ୍କର ହୋଇଥାଏ , ଏ କଥା ଆମ ମନକୁ ଆସିଥାଏ। ବାତ୍ୟାର ତୀବ୍ରତା ଅନୁଯାୟୀ ଗ୍ରୀଷ୍ମ ମଣ୍ଡଳୀୟ ସାଧାରଣ ବାତ୍ୟା ଓ ମହାବାତ୍ୟା ଏହିପରି ଏହାକୁ ବିଭାଜିତ କରାଯାଇଥାଏ । ଦେଖାଯାଇଛି ଯେ ବଙ୍ଗୋପସାଗର ତଟବର୍ତ୍ତୀ ରାଜ୍ୟ ଗୁଡିକରେ ୧୯୦୧ ମସିହାରୁ ୨୦୧୦ ମସିହା ମଧ୍ୟରେ ଏହି ଗ୍ରୀଷ୍ମ ମଣ୍ଡଳୀୟ ବାତ୍ୟାର ସଂଖ୍ୟା କମିଛି , କିନ୍ତୁ ଭୟଙ୍କର ବାତ୍ୟାର ସଂଖ୍ୟା ବଢିଛି । ଯେଉଁ ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୮୯ କିମିରୁ ଅଧିକ ଥାଏ , ତାକୁ ଭୟଙ୍କର ବାତ୍ୟା କୁହାଯାଏ ।   ...

ଜନ ସ୍ୱାସ୍ଥ୍ୟ ସେବା, ଯାହାକୁ ସମସ୍ତେ ଭୁଲିଯିବାକୁ ବସିଲେଣି

Image
  ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ କେତେ ଗୁରୁତ୍ଵପୂର୍ଣ୍ଣ , କୋଭିଡ – 19 ବା କରୋନା ମହାମାରୀ ତାହା ପ୍ରମାଣ କରୁଛି । ଅଧିକାଂଶ ରାଷ୍ଟ୍ରରେ ଏହା ଜୀବନରକ୍ଷକ ଭାବରେ ଆବିର୍ଭାବ ହୋଇଛି । କିନ୍ତୁ ଘରୋଇ ସ୍ୱାସ୍ଥ୍ୟସଂସ୍ଥା ସବୁ ନିଲ୍ଲଜ ଭାବେ ଏହି କରୋନା ଯୁଦ୍ଧରେ ନିଜକୁ ‘ ସରଂକ୍ଷିତ ସୈନ୍ୟବାହିନୀ ’ ଅଭିହିତ କରି ବୋଧହୁଏ ନିଜର ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଅଥଚ ସେହିମାନେ ହିଁ କ୍ୟାନସର , ହୃଦରୋଗ ଭଳି ଅଣ-ସଂକ୍ରାମକ ରୋଗୀଙ୍କୁ ଚିକିସ୍ଛା ନକରି ଫେରାଇ ଦେଇଛନ୍ତି । ସ୍ଵାଧୀନତା ପରଠାରୁ ବିଶେଷ କରି ପ୍ରଫେସର ପି ସି ମହାଲାନୋବିସଙ୍କ ନେତୃତ୍ଵରେ ପରିଚାଳିତ ଯୋଜନା କମିଶନ ଦ୍ଵାରା ସ୍ଥାପିତ ଜନ ସ୍ୱାସ୍ଥ୍ୟ ସେବା ଦେଶର ମାର୍ଗଦର୍ଶକ ନୀତି ଭାବେ 1980 ପର୍ଯ୍ୟନ୍ତ ଅନୁସୃତ ହୋଇଆସୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜନ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଆରମ୍ଭ ହେଲା । କ୍ରମେ କ୍ରମେ ରାଜନୈତିକ ବ୍ୟକ୍ତିଙ୍କ ପରୋକ୍ଷ ସମର୍ଥନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ଧନ ଉପାର୍ଜନର ମାଧ୍ୟମରେ ପରିଣତ ହେଲା । ଅନ୍ୟ ପକ୍ଷରେ , ଲୋକମାନଙ୍କୁ ଧାରଣା ଦିଆଗଲା ଯେ ସ୍ୱାସ୍ଥ୍ୟ ସେବାର ଘରୋଇକରଣ ହିଁ ସବୁରୋଗର ଅବ୍ୟର୍ଥ ଔଷଦ । ଏଠାରେ ସ୍ମରଣ କରାଇଦେବା ପ୍ରାସଙ୍ଗିକ ହେବ ଯେ ଅଷ୍ଟ୍ରିଆନ ଅର୍ଥଶାସ୍ତ୍ରୀ ଓ ନୋବେଲ ପୁରସ୍କାର ବିଜେତା ଫ୍ରେଡରିକ   ହାୟେକ 1960ରେ ତାଙ୍କର ପୁସ୍ତକ ‘The ...

ଟାଟା ସାହିତ୍ୟ ମହୋସ୍ଛବ ଏବଂ ନୋମ ଚମସ୍କି ବିବାଦ

Image
  ନିହାର ରଞ୍ଜନ ମିଶ୍ର     ବୃହତ କମ୍ପାନୀମାନଙ୍କ ଦ୍ଵାରା ପ୍ରଯୋଜିତ ଉସ୍ଛବକୁ ସୃଜନଶୀଳ ବର୍ଗ ନିମନ୍ତ୍ରିତ ହେବା ଓ ନିଜର କୃତ୍ତିକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ଲୋଭରେ ସେହିସବୁ ସ୍ଥାନକୁ ଯିବା କୌଣସି ନୂଆକଥା ନୁହେଁ । କିନ୍ତୁ ସେଭଳି ସ୍ଥାନରେ ନିଜର ବିଚାରକୁ ସ୍ଵାଧୀନ ଭାବରେ ରଖିବା ପୂର୍ବରୁ ଆୟୋଜକଙ୍କ ଦ୍ଵାରା ଅସ୍ଵୀକୃତ ହେବା ଭଳି ଏକ ବିରଳ ଘଟଣା ନୋମ ଚମସ୍କିଙ୍କ କ୍ଷେତ୍ରରେ ଘଟିଛି । ଏହା ଆମକୁ ଅନେକ କିଛି ଶିକ୍ଷା ଦେଉଛି ।  ପୂର୍ବ ବର୍ଷ ଭଳି ଟାଟା କମ୍ପାନୀର ସାହିତ୍ଯ ମହୋସ୍ଛବ – ୨୦୨୦ ମସିହାର ନିମନ୍ତ୍ରିତ ଅତିଥି ତାଲିକାରେ ନୋମ ଚମସ୍କିଙ୍କ ନାମ ଦେଖି ଦେଶର ଶିକ୍ଷାବିତ , ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କର୍ମୀ ତଥା ନାଗରିକ ସମାଜ ସଦସ୍ୟମାନେ ଏକ ଖୋଲାପତ୍ର ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ । ଆମେରିକାରେ ଶିକ୍ଷାଦାନ କରୁଥିବା ନୋମ ଚମସ୍କି ନିଜ ଦେଶ ଆମେରିକାର ଶାସକଙ୍କ ଯୁଦ୍ଧଖୋର ମନୋବୃତ୍ତି ଓ ସାମ୍ରାଜ୍ୟବାଦୀ କାର୍ଯ୍ୟଶୈଳୀର ଘୋର ବିରୋଧୀ ।  ଏହି ହେତୁ ସାମାଜିକ କର୍ମୀମାନେ   ନୋମ ଚମସ୍କିଙ୍କୁ ଦେଇଥିବା ଚିଠିରେ ଅନୁରୋଧ   କରିଥିଲେ “ଦେଶର ବିଭିନ୍ନ ପ୍ରାନ୍ତରେ ବାଧ୍ୟତାମୂଳକ ବିସ୍ଥାପନ , ମାନବିକ ଅଧିକାର ଉଲ୍ଲଂଘନ ଏବଂ ପରିବେଶର ଲୁଣ୍ଠନର ଦୀର୍ଘ ଇତିହାସ ଥିବା ଟାଟା ଗୋଷ୍ଠୀର ...