ଓଡିଶା ଉପକୂଳରେ ବାତ୍ୟାର ବାରମ୍ବାରତା, ଏହାର କାରଣ*
ନାଗରାଜ ଆଡଭେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଓଡିଶା କାର୍ଯ୍ୟ ଯୋଜନାର ( SAPCC) ତଥ୍ୟ ଅନୁଯାୟୀ ବଙ୍ଗୋପସାଗର ତଟବର୍ତ୍ତୀ ରାଜ୍ୟ ଗୁଡିକରେ ବର୍ଷକୁ ହାରାହାରି 5 ଥର ବାତ୍ୟା ହୋଇଥାଏ । କିନ୍ତୁ ଭାରତର ପଶ୍ଚିମ ଉପକୂଳରେ ପୂର୍ବ ଉପକୂଳ ଅପେକ୍ଷା କମ ସଂଖ୍ଯାରେ ବାତ୍ୟା ହୋଇଥାଏ । ପୁଣି ଏହି ତଥ୍ୟ ଅନୁସାରେ ପୂର୍ବ ଉପକୂଳରେ “ବାତ୍ୟାର ସଂଖ୍ୟା ଓ ତାହାର ତୀବ୍ରତା ବଢିବାର ସମ୍ଭାବନା ରହିଛି । “ ବାତ୍ୟା ସମ୍ବନ୍ଧରେ ଭାବିଲା ବେଳେ ଏ ସମ୍ପର୍କିତ ଦୁଇଟି ପ୍ରଶ୍ନ ଯଥା ଏହାର ସଂଖ୍ୟା ଅର୍ଥାତ ବର୍ଷକୁ କେତେଥର ହୋଇଥାଏ ଓ ଏହାର ତୀବ୍ରତା ଅର୍ଥାତ ଏହା କେତେ ଭୟଙ୍କର ହୋଇଥାଏ , ଏ କଥା ଆମ ମନକୁ ଆସିଥାଏ। ବାତ୍ୟାର ତୀବ୍ରତା ଅନୁଯାୟୀ ଗ୍ରୀଷ୍ମ ମଣ୍ଡଳୀୟ ସାଧାରଣ ବାତ୍ୟା ଓ ମହାବାତ୍ୟା ଏହିପରି ଏହାକୁ ବିଭାଜିତ କରାଯାଇଥାଏ । ଦେଖାଯାଇଛି ଯେ ବଙ୍ଗୋପସାଗର ତଟବର୍ତ୍ତୀ ରାଜ୍ୟ ଗୁଡିକରେ ୧୯୦୧ ମସିହାରୁ ୨୦୧୦ ମସିହା ମଧ୍ୟରେ ଏହି ଗ୍ରୀଷ୍ମ ମଣ୍ଡଳୀୟ ବାତ୍ୟାର ସଂଖ୍ୟା କମିଛି , କିନ୍ତୁ ଭୟଙ୍କର ବାତ୍ୟାର ସଂଖ୍ୟା ବଢିଛି । ଯେଉଁ ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି ୮୯ କିମିରୁ ଅଧିକ ଥାଏ , ତାକୁ ଭୟଙ୍କର ବାତ୍ୟା କୁହାଯାଏ । ...