Posts

Showing posts from October, 2021

‘ହାଜତ ମୃତ୍ୟୁ’ କେବଳ ଏକ ହତ୍ୟା ନୁହେଁ

Image
  ଅପଡେଟ – ୨୧             ଏକ ଗଣତାନ୍ତ୍ରିକ ଶାସନରେ ହାଜତ ହତ୍ୟା ନିୟମିତ ଭାବରେ ଘଟିଚାଲିବା ଆମର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ହାଜତ ହିଂସା ସଭ୍ୟ ସମାଜରେ କଦାପି ଗ୍ରହଣ ଯୋଗ୍ୟ ନୁହେଁ । ଅଥଚ ଏନେଇ ଆମର  ଶିକ୍ଷିତ ଓ ସଭ୍ଯ ସମାଜ ଆଦୌ ଚିନ୍ତିତ ନୁହଁନ୍ତି  । ରାଜ୍ୟରେ ହାଜତ ମୃତ୍ୟୁର ଅଭିଯୋଗ ବଢୁଥିଲା ବେଳେ ନିର୍ବାଚିତ ପ୍ରତିନିଧିମାନେ ଉଦାସୀନ ରହୁଛନ୍ତି । ଏପରି ଅବସ୍ଥା କାହିଁକି ?   ୧. ତଥ୍ୟ ଅନୁସନ୍ଧାନ: ବରଗଡ ସହରରେ ବିଭିନ୍ନ ଦଳିତ ଓ ଗଣତାନ୍ତ୍ରିକ ଜନ ସଂଗଠନ ଦ୍ଵାରା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ପ୍ରତିବାଦରେ ଗଣଧାରଣା ଗଲା ୨୨ ସେପ୍ଟେମ୍ବର ୨୦୨୧ ପରଠାରୁ ନିୟମିତ ବ୍ଯବଧାନରେ ହୋଇଚାଲିଛି । ଗୋବିନ୍ଦ କୁମ୍ଭାର ନିଜେ ଦଳିତ ପରିବାରର ଥିଲେ । ପୁଲିସ ଦ୍ଵାରା ଏଭଳି ହତ୍ୟାକୁ ଅସ୍ଵୀକାର କରାଯିବା ହେତୁ ଜିଲ୍ଲାର ସଂଗଠନମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି । ଦୁଃଖର କଥା , ଗୃହ ରାଷ୍ଟ୍ରମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ଜିଲ୍ଲାର କୌଣସି ବିଧାୟକ , ରାଜନୈତିକ ଦଳମଧ୍ୟରେ ଥିବା ଦଳିତ ନେତୃବର୍ଗ ଗୋବିନ୍ଦଙ୍କ ହତ୍ୟାର ଉପଯୁକ୍ତ ତଦନ୍ତକୁ ତ୍ୱରାନ୍ୱିତ କରୁନାହାନ୍ତି।  ନିକଟରେ , କେତେକ ମାନବିକ ଅଧିକାର କର୍ମୀ ତଥ୍ୟ ଅନୁସନ୍ଧାନରେ ବରଗଡ ଯାଇ ମୃତ ଗୋବିନ୍ଦଙ୍କ ପରିବାର...

“ଐକ୍ୟବଦ୍ଧ ହେବା ଏକ ବିପ୍ଳବୀ ପ୍ରବଣତା” - ରବି ଦାସ

Image
  ସାକ୍ଷାତକାର: ୧ . ଆପଣ କେତେ ବର୍ଷ ବୟସରେ ବାମବାଦୀ ଆନ୍ଦୋଳନରେ ଯୋଗ ଦେଲେ ? ରବି ଦାସ: ମୋତେ ଏବେ ୮୧ କି ୮୩ ବର୍ଷ ହେବ । ମୋ ସ୍କୁଲବାଲା କହୁଛନ୍ତି ମୋର ଜନ୍ମ ୧୯୪୦ ମସିହାରେ । କିନ୍ତୁ ବେଙ୍ଗଲରେ ଯେବେ ଦୁର୍ଭିକ୍ଷ (୧୯୪୨ -୪୩ ) ପଡିଥିଲା ସେତେବେଳେ ମୁଁ ୫ /୬ ବର୍ଷର ହୋଇଥିଲି । ତେଣୁ ମୋର ଜନ୍ମ ୧୯୪୦ ନହୋଇ ୧୯୩୭/୩୮ ହେବ । ମୋର ଜେଜେ ବାପାଙ୍କ ସହିତ କେନାଲ ପାଖକୁ ଯାଇ ଆମ ଅଞ୍ଚଳରୁ ଧାନ ପଠାଯିବା ଦେଖିଛି । ମୋର ଏବେ ବି ସ୍ପଷ୍ଟ ମନେଅଛି । ସେତେବେଳେ ଆମ ଅଞ୍ଚଳରୁ ଜବରଦସ୍ତି ଜମିଦାରମାନେ ଗୁଣ୍ଡା ଲଗେଇ ଧାନ କୁଜଙ୍ଗ କେନାଲ ଦେଇ କଲିକତା ପଠାଉଥିଲେ । ଯିଏ ପ୍ରତିବାଦ କରୁଥିଲା ସେ ଭିଷଣ ମାଡ ଖାଉଥିଲା । ସେମାନେ ଧାନ ବଦଳରେ ଯେଉଁ ବଣ୍ଡ ଦେଲେ ତାହା ବାବଦ ଅର୍ଥ କେବେ ଲୋକଙ୍କୁ ମିଳିଲା ନାହିଁ। ଯେତେବେଳେ ମୁଁ ସିପିଆଇରେ   (ଭାରତୀୟ କମ୍ୟୁନିଷ୍ଟ ପାର୍ଟି) ୧୯୬୦ ମସିହାରେ   ଯୋଗ ଦେଲି । ସେତେବେଳେ ତେଣୁ ମୋର ବୟସ ୨୩/୨୪ ବର୍ଷ ହେବ । ୨. ସିପିଆଇ ପାର୍ଟିରୁ ସିପିଆଇ(ଏମଏଲ ) ପର୍ଯ୍ୟନ୍ତ ଏହା ଆପଣଙ୍କ ଏକ ଲମ୍ବା ଯାତ୍ରା ନୁହେଁ କି ? ରବି ଦାସ: ମୁଁ ସିପିଆଇ ପାର୍ଟିରେ ୧୯୬୦ ମସିହାରେ ଆସିଲା ବେଳେ ନବଯୁଗ ଗ୍ରନ୍ଥାଳୟ ଦାୟିତ୍ଵରେ ଥିଲି। ନିର୍ବାଚନ ପ୍ରସଙ୍ଗରେ ସିପିଆଇ ପାର୍ଟିର ରାଜ୍ୟ ନେତୃବର୍ଗ କଂଗ୍ରେସ ପାର୍ଟିର...