ଆଦିବାସୀ ଶିକ୍ଷା ନାମରେ ଏକ ଫ୍ୟାକ୍ଟରୀ ସ୍କୁଲ ମଡେଲ
ରାଜାରମଣ
ସୁନ୍ଦରେଶନ
ଶିକ୍ଷା
ସର୍ବଦା ସାମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଆସିଛି । ଶିକ୍ଷାନୀତିରେ ରହିଥିବା ଔପନିବେଶିକ
ଚିନ୍ତାଧାରା, ଜାତିଆଣ ଓ ଧାର୍ମିକ ପ୍ରସଙ୍ଗକୁ ନେଇ ସର୍ବଦା
ଶିକ୍ଷାବିତମାନେ ନିଜର ଚିନ୍ତା ପ୍ରକଟ କରିଆସିଛନ୍ତି । ଏହି କ୍ରମରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ
ଶିକ୍ଷାବିତ, ‘ଗାସ’
ସଦସ୍ୟଙ୍କ ସମେତ ଅନେକ ମାନବିକ ଅଧିକାର କର୍ମୀ, ବୃତ୍ତଚିତ୍ର
ନିର୍ମାତା, କବି ଓ ଅନ୍ୟମାନେ ବିଶ୍ଵ ନୃତତ୍ଵ କଂଗ୍ରେସକୁ (World
Congress of Anthropology) ଏକ ଅନୁରୋଧ ପତ୍ର ଲେଖିଥିଲେ। ସେମାନେ ଅନୁରୋଧ
କରିଥିଲେ ଯେ ଯେହେତୁ ‘କଳିଙ୍ଗ ଇନଷ୍ଟିଚ୍ୟୁଟ ଓଫ ସୋସିଆଲ ସାଇନ୍ସ’ (KISS) ଆଦିବାସୀ ପିଲାଙ୍କୁ ନେଇ ଶିକ୍ଷା ନାମରେ ନିଜର
କାରଖାନା ସ୍କୁଲ ବା ଫ୍ୟାକ୍ଟରୀ ସ୍କୁଲ ଚଳାଇଛି ତଥା ଯାବତୀୟ ଆଦିବାସୀ ବିରୋଧୀ କାର୍ଯ୍ୟରେ
ନିଜକୁ ସଂଶ୍ଳିଷ୍ଟ ରଖୁଛି ତେଣୁ ବିଶ୍ଵ ନୃତତ୍ଵ କଂଗ୍ରେସର ଆଗାମୀ ବିଶ୍ଵ ସମ୍ମିଳନୀ ସେଠାରେ
କରାନଯାଉ । ସେମାନଙ୍କ ଏହି ଦାବିକୁ ପୃଥିବୀର ବିଭିନ୍ନ ପ୍ରାନ୍ତର ବୁଦ୍ଧିଜୀବୀ ମଧ୍ୟ ସମର୍ଥନ
କରିଥିଲେ ।
ବିଶ୍ଵ ନୃତତ୍ଵ କଂଗ୍ରେସର ସଭାପତି ଯୁଞ୍ଜି
କୋଇଜୁମି ଏଭଳି ଚିଠି ପାଇଲା ପରେ ନିଜ ଆଡୁ ଏହାର ଅନ୍ୟ ଆୟୋଜକ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି
ପ୍ରଫେସର ଡ଼ିକେ ବେହେରାଙ୍କୁ ଚିଠି ଲେଖି ଜଣାଇଲେ ଯେ ଆସନ୍ତା ୨୦୨୩ ମସିହାରେ ହେବାକୁ ଥିବା
ବିଶ୍ଵ କଂଗ୍ରେସ ସମ୍ମିଳନୀ 'କିସ'ର
କ୍ୟାମ୍ପସରେ କରାନଯାଇ ଅନ୍ୟତ୍ର କରାଯିବ । ବିଶ୍ଵ ନୃତତ୍ଵ କଂଗ୍ରେସର ଅଧ୍ୟକ୍ଷଙ୍କ ଏଭଳି
ନିଷ୍ପତ୍ତିରେ ଉତକ୍ଷିପ୍ତ 'କିସ'ର ପ୍ରତିଷ୍ଠାତା
ତଥା ସ୍ଥାୟୀ ନିର୍ଦ୍ଦେଶକ ଅଚ୍ୟୁତ ସାମନ୍ତ କଂଗ୍ରେସକୁ ଏକ ଚିଠି ୧୪ ଅଗଷ୍ଟ ୨୦୨୦ରେ ଲେଖି
ପ୍ରକାଶ କରିଥିଲେ, 'ଓଡିଶାର ଆଦିବାସୀ ଅଞ୍ଚଳରେ
ହେଉଥିବା ବାଲ୍ୟ ବିବାହ, ଯୌନ ଶୋଷଣ, ମାନବ
ଚାଲାଣ, ଶିଶୁ ଶ୍ରମିକ ପ୍ରଥା ପ୍ରଥା କାର୍ଯ୍ୟର ସମାପ୍ତି ଲାଗି ଶିକ୍ଷା
ଜରୁରୀ । କିନ୍ତୁ ‘କିସ’ ବିନା ସେହି ସବୁ
କାର୍ଯ୍ୟ ସମ୍ପାଦନ ହେବା ଅସମ୍ଭବ । ...’କିସ’ ଯାହା କରିଆସୁଛି ସେଥିଲାଗି କୌଣସି ସରକାରୀ ଅନୁଦାନ ଓ କମ୍ପାନୀମାନଙ୍କ ସହଯୋଗ
ନେଉନାହିଁ ।' ଇତି ମଧ୍ୟରେ ଅଚ୍ୟୁତ ସାମନ୍ତ ବିଜୁ ଜନତା ଦଳରେ ଟିକେଟ
ପାଇ କନ୍ଧମାଳର ସାଂସଦ ହୋଇସାରିଛନ୍ତି।
|
କିସର ପ୍ରତିଷ୍ଠାତା ତଥା ବିଜେଡି ସାଂସଦ
ଅଚ୍ୟୁତ ସାମନ୍ତ ସଦାବେଳେ ବିନା
ସରକାରି ସହାୟତାରେ ସେ ୩୦,000 ଆଦିବାସୀ ପିଲାଙ୍କୁ ମାଗଣାରେ ପଢାଉଛନ୍ତି
ବୋଲି ପ୍ରଚାର କରନ୍ତି । କିନ୍ତୁ ବାସ୍ତବରେ ଏହା ମିଥ୍ୟା ପ୍ରଚାର । ଗତ ୩୦ - ୧୨ - ୨୦୧୯ ତାରିଖରେ
କେନ୍ଦ୍ର ସରକାରଙ୍କର ଆଦିବାସୀ ମନ୍ତ୍ରଣାଳୟ ( Ministry Tribal Affairs) KISS
School ପାଇଁ ୫ କୋଟି ୩୮ ଲକ୍ଷ
ଟଙ୍କା ଦେଇଛି । ଏହା ପୂର୍ବରୁ ଉକ୍ତ ମନ୍ତ୍ରଣାଳୟ କିସ ସ୍କୁଲକୁ ୨୦ କୋଟି
ଟଙ୍କାର ଆର୍ଥିକ ଅନୁଦାନ ଦେଇଥିଲେ । ଏହି ତଥ୍ୟ ମାନ୍ୟବର ସାଂସଦ ସପ୍ତଗିରି
ଉଲ୍କା ସାଂସଦରେ ପ୍ରଶ୍ନ କରି ହାସଲ କରିଥିଲେ । ଭାରତବର୍ଷରେ ଯେତେ ଆଦିବାସୀ ସ୍କୁଲ ଅଛି , ସବୁଠାରୁ
ଅଧିକ ଆର୍ଥିକ ଆନୁଦାନ 'କିସ' ସଂସ୍ଥା
ପାଇଥାଏ । 'କିସ' ର ୫୦୦୦
ଛାତ୍ର ଛାତ୍ରିଙ୍କ ପାଇଁ ରାଜ୍ୟ ସରକାର ରିହାତି ଦରରେ ପ୍ରତି ମାସରେ ୧୫ କେଜି
ଲେଖାଏଁ ଚାଉଳଦେଉଛନ୍ତି ଯାହାର ମୂଲ୍ୟ ବର୍ଷକୁ ୨.୫ କୋଟି
ଟଙ୍କା ହେବ । ଉକ୍ତସଂସ୍ଥା
ସମ୍ପୂର୍ଣ୍ଣ ସରକାରୀ ଜମି ଉପରେ ହୋଇଛି । ଏହି ଜମିର ବଜାର ଦର ୪୦୦ କୋଟି ଟଙ୍କା । ଏତେ ସାହାଯ୍ୟ ସତ୍ତ୍ୱେ ଅଚ୍ୟୁତ ସାମନ୍ତ ଏହି ତଥ୍ୟ କାହାରିକୁ ଦିଅନ୍ତି ନାହିଁ । -
ଓଡିଶା ସୂଚନା ଅଧିକାର ଅଭିଯାନ |
ଓଡିଶାର ଆଦିବାସୀଙ୍କ ସମ୍ପର୍କରେ ଅଚ୍ୟୁତ
ସାମନ୍ତ ଅତ୍ୟନ୍ତ ଅସମ୍ମାନ ଭାଷାରେ ଏକ ସଭାରେ ଉପସ୍ଥାପନ କରୁଥିବା କଥା ‘ସରଭାଇଭାଲ ଇଣ୍ଟରନ୍ୟାସିନାଲ’ ନିଜର ଏକ ଭିଡିଓ ପ୍ରସାରଣ
କରିବା ପରେ ଆଦିବାସୀଙ୍କୁ ଶିକ୍ଷା ଦେବା ଅପେକ୍ଷା ନିଜର ବ୍ୟବସାୟ ଯେ ଅଧିକ ଗୁରୁତ୍ଵପୂର୍ଣ୍ଣ
ତାହା ବରଂ ପ୍ରମାଣିତ ହୋଇଛି । ଅଚ୍ୟୁତ ସାମନ୍ତ ନିଜ ‘କିସ’ର ଗୁରୁତ୍ଵ ବର୍ଣ୍ଣନା କରିବାକୁ ଯାଇ ସେହି ମିଟିଂରେ ଉଲ୍ଲେଖ କରନ୍ତି, “ସେମାନେ (ଆଦିବାସୀମାନେ) ନିଜର ଭୋକ କେବଳ ଜଙ୍ଗଲଜାତ ଦ୍ରବ୍ଯ ଖାଇ ନିଜର ମେଣ୍ଟାଇଥାନ୍ତି
ଓ ସେମାନେ ଗଛର ପତ୍ର ଦ୍ଵାରା ନିଜର ଶରୀରକୁ ଘୋଡାଇଥାନ୍ତି । ଓଡିଶାରେ ୧୩ ପ୍ରକାରର ପୁରାତନ
ଆଦିବାସୀ (ପିଜିଟି) ଅଛନ୍ତି । ସେମାନେ ବଞ୍ଚନ୍ତି, ସେମାନେ ନିଦ୍ରା
ଯା’ନ୍ତି ସେହି ଗଛରେ । ସେମାନଙ୍କ ମଧ୍ୟରେ ମାଙ୍କଡିଆ ଗୋଷ୍ଠୀ, ମାଙ୍କଡ (କହିଲା ବେଳେ ନିଜେ ହସୁଛନ୍ତି), ଅଛନ୍ତି। ସେମାନେ କିଛି ବି ବୁଝନ୍ତି ନାହିଁ
।“
‘କିସ’ ବିଶ୍ବବିଦ୍ୟାଲାୟ ନିଜର ୱେବସାଇଟରେ ଦାବି କରେ ଯେ ଶିକ୍ଷା କ୍ଷେତ୍ରରେ ଏହା ଯାହା
କରୁଛି ତାହା ନୃତତ୍ଵ କ୍ଷେତ୍ରରେ ବିଶ୍ଵର ସର୍ବବୃହତ ପରୀକ୍ଷାଗାର ଯେଉଁଠି ଆଦିବାସୀ ପିଲାଙ୍କୁ ମୁଖ୍ୟଧାରାର
ସାମିଲ କରାଯାଉଛି । କିନ୍ତୁ ଏହା ପଚାରିବାର କଥା ଯେ ହି ସର୍ବବୃହତ ପରୀକ୍ଷାଗାର କେଉଁ
ଉଦ୍ଦେଶ୍ୟକୁ ପୂରଣ କରୁଛି ? ଏହା କଣ ମୁକ୍ତ ଶିକ୍ଷା ପଦ୍ଧତିକୁ
ଅବଲମ୍ବନ କରୁଛି ? ଏକ ରିପୋର୍ଟରେ ପ୍ରକାଶ ପାଏ ଯେ ପୂର୍ବରୁ ଉତ୍ତର
ଆମେରିକା ଓ ଅଷ୍ଟ୍ରେଲିଆରେ ଆଦିବାସୀ ପିଲାଙ୍କୁ ଏଭଳି ବୋର୍ଡିଙ୍ଗ ସ୍କୁଲରେ ରଖି ଯେଉଁଭଳି
ସେମାନଙ୍କ ଭିତରେ ଥିବା ଆଦିବାସୀ ପରମ୍ପରା ଓ ପ୍ରାକୃତିକ ମନୋଭାବରୁ ସେମାନଙ୍କୁ ଅଲଗା
କରିଦିଆଯାଉଥିଲା ତାହାକୁ ୧୯୮୦ ଓ ୯୦ ଦଶକ ପରେ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଏହି ରିପୋର୍ଟ ଏ କଥା ମଧ୍ୟ
ଉଲ୍ଲେଖ କରେ ଯେ ଭାରତରେ ଏହି ବ୍ୟବସ୍ଥାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ବିଶେଷ ଆଲୋଚନା ଅଭାବ
ଓ ଏ ସମ୍ପର୍କରେ ସଚେତନତାର ଅଭାବ ହେତୁ ଆଦିବାସୀଙ୍କୁ ନେଇ ଏ ପ୍ରକାର ପରୀକ୍ଷା ଏବେ ବି ଚାଲିଛି
।
ଶିକ୍ଷା-ପ୍ରବର୍ତ୍ତିତ-ମିଶ୍ରଣର
(ଶିକ୍ଷା ଦେବା ବାହାନରେ ନିଜ ସଭ୍ୟତା ଓ ଧର୍ମ ସହିତ ସେମାନଙ୍କୁ ଯୋଡିବା) ପ୍ରଭାବ ଯଦିଓ
ଭାରତରେ ବହୁତ ଧୀର ତଥାପି ଏହା ଏବେ ବ୍ୟାପକ ହେବାରେ ଲାଗିଛି । ଏହା କୌଣସି ଗୁଣରେ ଅଷ୍ଟ୍ରେଲିଆ, କାନାଡା, ଆମେରିକା ଓ ଅନ୍ୟ ପ୍ରାନ୍ତରେ ବିଭିନ୍ନ ସରକାରୀ ଓ
ବେସରକାରୀ ସଂସ୍ଥା ଦ୍ଵାରା ଚାଲିଥିବା ପ୍ରକ୍ରିୟା
ଯାହାକୁ ‘ଲୁଚିଯାଇଥିବା ବଂଶଧର’
(ନିଜ ଆଦିବାସୀ ବଂଶ ପରମ୍ପରା ଠାରୁ ଯୁବ ପିଢୀକୁ କୌଶଳ ପୂର୍ଣ୍ଣ ଭାବରେ ଅଲଗା କରିନେବା) ଠାରୁ ଅଲଗା
ନୁହେଁ । ଏହା ଆଜି ବୁଝିବା ଜରୁରୀ ଯେ ଆଜିର ସାମୁହିକ
ଶିକ୍ଷା ପଦ୍ଧତିରେ ମୁଖ୍ଯତଃ ଆଦିବାସୀ ପରିଚୟ ଠାରୁ ସେମାନଙ୍କୁ ଦୂରେଇ ଦେଇ ଆଦିବାସୀ ବାଳକ
ବାଳିକାଙ୍କୁ ହିନ୍ଦୁ ଧର୍ମର ମୁଖ୍ୟଧାରର ପରମ୍ପରା ମଧ୍ୟରେ ସାମିଲ କରିଦିଆଯାଉଛି । କାରଣ, ‘କିସ’ର ଅନେକ ଛାତ୍ରଛାତ୍ରୀ ମୋତେ
କହିଛନ୍ତି ଯେ ସେମାନେ କିସରେ ଶିକ୍ଷା ପାଇବା ଭିତରେ ନିଜ ପରମ୍ପରା ଓ ସଂସ୍କୃତି ଠାରୁ
ସଂପୂର୍ଣ୍ଣ ବିଚ୍ଛିନ୍ନ ହେଲା ଭଳି ଅନୁଭବ କରୁଛନ୍ତି । ସେହି ଆଦିବାସୀ ଛାତ୍ର ଛାତ୍ରୀ କିସର
ଆଦିବାସୀ ସ୍କୁଲରେ ହିନ୍ଦୁ ଧର୍ମର ଗଣେଶ ଓ ସରସ୍ଵତୀ ପୂଜା କରୁଛନ୍ତି ଯାହାର କୌଣସି ସମ୍ବନ୍ଧ
ସେମାନଙ୍କ ନିଜ ପରମ୍ପରା ସହିତ ନାହିଁ । ତେଣୁ ଏଠାରେ ପ୍ରଶ୍ନ ଆସେ ଯେ କିସ କେଉଁ ଦାମ୍ଭିକତା ରଖି
କୁହେ ଯେ ସେମାନେ ଆଦିବାସୀ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା
ଲାଗି ବିଶ୍ଵର ସର୍ବ ବୃହତ ପରୀକ୍ଷାଗାର କରିପାରିଛନ୍ତି ? ଏହାକୁ ଆମେ
ଆଦିବାସୀ ପରମ୍ପରାର ରକ୍ଷକ କହିବା କି ଧର୍ମାନ୍ତରଣ ଅନୁଷ୍ଠାନ କହିବା ?
ନବେ ଦଶକର ଆର୍ଥିକ ସଂସ୍କାର ପରଠାରୁ
ଶିକ୍ଷା ଏକ ବ୍ୟବସାୟରେ ପରିଣତ ହୋଇଯାଇଛି । ସରକାର ନିଜର ସାମ୍ବିଧାନିକ ଦାୟିତ୍ଵ ପାଳନ
ଅପେକ୍ଷା ନିଜର ଶିକ୍ଷାନୁଷ୍ଠାନ ସବୁକୁ ଛାତ୍ର ଛାତ୍ରୀ ଉପସ୍ଥାନ କମ ଦେଖାଇ ବନ୍ଦ କରିବାରେ
ଲାଗିଛନ୍ତି । ପ୍ରଥମରେ, ସରକାରୀ ଶିକ୍ଷାନୁଷ୍ଠାନମାନେ
ବନ୍ଦ ହେଉଥିଲା ବେଳେ ସରକାରଙ୍କ ଆର୍ଥିକ ସହଯୋଗରେ କିସର ଆଦିବାସୀ ଛାତ୍ର ଛାତ୍ରୀ ସଂଖ୍ୟା ୩୦,୦୦୦ରେ ପହଞ୍ଚି ସାରିଲାଣି । କୌଣସି ଏକ ସ୍ଥାନରେ ଏତେ ସଂଖ୍ୟକ ପିଲା ଏକାଠି ରହିବାକୁ
କଣ କଦାପି ‘ବ୍ୟବସ୍ଥିତ ଶିକ୍ଷା ପଦ୍ଧତି’
କୁହାଯାଇପାରେ କି ? ଏହା କଣ ସମ୍ବିଧାନରର ଧାରା ୪୬କୁ ବିରୋଧ
କରୁନାହିଁ ? ଦ୍ବିତୀୟରେ, ଓଡିଶା ସରକାର
ଯେଉଁ ସବୁ ଜିଲ୍ଲାରେ ଆଦିବାସୀ ଛାତ୍ର ଛାତ୍ରୀ ଉପସ୍ଥାନ କମ ହେତୁ ସ୍କୁଲକୁ ବନ୍ଦ କରିବାର
ନିଷ୍ପତ୍ତି ନେଉଛନ୍ତି ସେହି ସବୁ ଜିଲ୍ଲାରେ ‘କିସ’ ନିଜର ବିଶାଳ ଶିକ୍ଷାନୁଷ୍ଠାନ ସରକାରୀ ସହଯୋଗରେ ଖୋଲିବାକୁ ଯାଉଛି । ଏବେ ଏବେ କିସ
ବାରିପଦା ଠାରେ ନିଜର ଏକ ବିଶାଳ ଅନୁଷ୍ଠାନ ଖୋଲିବା ଲାଗି ସ୍ଥାନ ନିରୂପଣ କରିସାରିଲେଣି । ଏହି
ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ସରକାର 920 ସ୍କୁଲକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।
|
ଓଡିଶା ସରକାର ଯେଉଁ ସବୁ ଜିଲ୍ଲାରେ ଆଦିବାସୀ
ଛାତ୍ର ଛାତ୍ରୀ ଉପସ୍ଥାନ କମ ହେତୁ ସ୍କୁଲକୁ ବନ୍ଦ କରିବାର ନିଷ୍ପତ୍ତି ନେଉଛନ୍ତି ସେହି ସବୁ
ଜିଲ୍ଲାରେ ‘କିସ’ ନିଜର ବିଶାଳ ଶିକ୍ଷାନୁଷ୍ଠାନ ସରକାରୀ ସହଯୋଗରେ
ଖୋଲିବାକୁ ଯାଉଛି । |
ଆଦିବାସୀମାନେ ସରକାରୀ ନିଷ୍ପତ୍ତିର ଶିକାର
ହେବାର ଅନ୍ୟ ଏକ ଉଦାହରଣ ହେଲା ବିକାଶ ନାମରେ ଆସୁଥିବା ବିଭିନ୍ନ ମାଇନିଙ୍ଗ କର୍ପୋରେଟ । ସଭ୍ୟତା
ଓ ମୁଖ୍ୟଧାରା ନାମରେ ବିସ୍ଥାପନ, ପ୍ରଦ୍ଯୁଷଣ, ଅପରାଧିକ କାର୍ଯ୍ୟ ଓ ଶୋଷଣ ହେତୁ ଗରିବୀ ହେବାର ସମସ୍ଯା ଏହି ଆଦିବାସୀଙ୍କର ସାଥି ପାଲଟିସାରିଲାଣି
। ହେଲେ ‘କିସ’ ସେହି ସବୁ ଖଣି କମ୍ପାନୀଙ୍କ
ସହିତ ଚୁକ୍ତି କରି ନିଜର ଆକାରକୁ ବିଶାଳ କରିପାରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଆଦାନୀ, ବେଦାନ୍ତ, ଟାଟା, ଏସାର ଓ ନାଲକୋ ଭଳି
କମ୍ପାନୀ ।
‘କିସ’ର ଏହି କମ୍ପାନୀମାନଙ୍କ ସହିତ ଚୁକ୍ତି କରି ନିଜର ଆକାର
ବିସ୍ତାର କରିବାର ସଦ୍ୟତମ ଉଦାହରଣ ହେଲା ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ହେବାକୁ ଥିବା
ଆଦିବାସୀ ସ୍କୁଲ ପାଇଁ 'ଅଦାନି ଫାଉଣ୍ଡେସନ'
ସହିତ ଚୁକ୍ତି ।
ପ୍ରକୃତରେ ଏହି କାରଖାନା ସ୍କୁଲ ବା
ଫ୍ୟାକ୍ଟରୀ ସ୍କୁଲର ମୂଳ ଉଦ୍ଦେଶ୍ୟ ହେଲା ଆଦିବାସୀଙ୍କୁ ଶିକ୍ଷା ଦେବା ନାମରେ ସେମାନଙ୍କ
ସଂସ୍କୃତି, ପରମ୍ପରା ଓ ପରିଚୟକୁ ସଂପୂର୍ଣ୍ଣ ହରଣ କରିବା । ଏଠାରେ ମୋତେ କେନିୟାର ଆଦିବାସୀ
ନେତା ଯୋମୋ କେନ୍ୟାତ୍ତଙ୍କ ପ୍ରସିଦ୍ଧ ଉକ୍ତି
ମନେପଡେ, “ସେମାନେ ଆମକୁ ଆଖି ବନ୍ଦ କରି
ପ୍ରାର୍ଥନା କରିବାକୁ କହିଲେ । ଆମେ ଆଖି ଖୋଲିଲା ବେଳକୁ ସେମାନଙ୍କ ହାତରେ ଆମର ଜମି ଓ ଜଙ୍ଗଲ
ଥିଲା ଓ ଆମ ହାତରେ ଥିଲା ବାଇବେଲ।'
(‘ସଂଗ୍ରାମୀ ଚେତନାର ଗଣଭିତ୍ତି’ ପତ୍ରିକାର ନଭେମ୍ବର –
ଡିସେମ୍ବର, ୨୦୨୦ ସଂଖ୍ୟାରେ ପ୍ରକାଶିତ।)
For communication write to: gassbhubaneswara@gmail.com
For getting the magazine you can ring to mobile number: 9439905156

Fake news
ReplyDeleteKindly elaborate.
DeleteGood job 🙏
ReplyDelete